Learn Different Types Of Cack Making In Odia
Learn Different Types Of Cake Making In Odia



  ଆସନ୍ତୁ ଆଜି ଶିଖିବା ବିଭିନ୍ନ ପ୍ରକାର କେକ ତିଆରି କରିବା । ଏସବୁ କେକ କୁ ଆପଣ ଘରେ ନିଜେ ତିଆରି କରି ପାରିବେ ଓ ପୁରା ପରିବାର ଲୋକଙ୍କ ପାଇଁ ବନେଇ ସୁନ୍ଦର ଭାବେ ପରିବେଷଣ କରିପାରିବେ । ଏହି କେକ ଗୁଡିକୁ ଆପଣ ମାନେ ବିଭିନ୍ନ ପାର୍ଟି , ପୂଜା ପର୍ବାଣି ଓ ସ୍ପେଶଲ ଡୀସ ଭାବେ କରିପାରିବେ । 


ମକାଖଇ ଚକଲେଟ୍ କେକ୍

ମକାଖଇ ଚକଲେଟ୍ କେକ୍

ଆବଶ୍ୟକ ସାମଗ୍ରୀ: 
୩ କପ୍ ମକାଖଇ ଗୁଣ୍ଡ, ୧ କପ୍ ସୁଜି, ୧୫୦ ଗ୍ରା. ଚିନି ଗୁଣ୍ଡ, ୧୫୦ ଗ୍ରା. କଣ୍ଡେନ୍ସ ମିକ୍ସ, ୧ ଚାମଚ ବେକିଙ୍ଗ୍ ପାଉଡର, ଅଧାଚାମଚ ଖାଇବା ସୋଡ଼ା, ୧୫୦ ଗ୍ରା. ବଟର, ଅଧାକପ୍ କାଜୁ ଗୁଣ୍ଡ, ୧୦୦ ଗ୍ରା. ଚକଲେଟ୍ ଖଣ୍ଡ, ୨ ଚାମଚ କ୍ଷୀର, ଦଶ ବାରଟି ଗୋଟା ମକା ଖଇ ଓ ୫ ଟି ଚେରି ।

ପ୍ରସ୍ତୁତି ପ୍ରଣାଳୀ: 

ପ୍ରଥମେ ଗୋଟା ମକାକୁ ଭାଜି ଖଇ ପ୍ରସ୍ତୁତ କରିଦିଅନ୍ତୁ ।
ସେହି ମକାଖଇକୁ ଗ୍ରାଇଣ୍ଡି କରି ସେହି ଗୁଣ୍ଡକୁ ଚଲାଇ ତା’ର ଖଦଡ଼ା ବାହାର କରିଦିଅନ୍ତୁ । ଚିନିକୁ ଗୁଣ୍ଡ କରି ଗୋଟିଏ ପାତ୍ରରେ ବଟର ସହ ଚିନିକୁ ଫେଣ୍ଟି ମିଶ୍ରଣ କରନ୍ତୁ । ଧ୍ୟାନଦେବେ ଚିନି ଯେପରି ମିଶିଯିବ। ଆଉ ଗୋଟିଏ ପାତ୍ରରେ ମକାଖଇ ଗୁଣ୍ଡ, ସୁଜି, ବେକିଙ୍ଗ ପାଉଡର, ଖାଇବା ସୋଡ଼ାକୁ ଭଲ ଭାବରେ ଚଲାଇ ଅଳ୍ପ ନେଇ ଫେଣ୍ଟନ୍ତୁ ଏବଂ ସେଥିରେ କଣ୍ଡନ୍ସ ମିକ୍ସ ଦେଇ କେକ୍ ପାଇଁ ଆଣ ପ୍ରସ୍ତୁତ କରନ୍ତୁ । ଆଣକୁ ବେଶୀ ବହଳିଆ କି ପାଣିଆ କରିବେ ନାହିଁ । ଆଉ ଗୋଟିଏ ପାତ୍ରରେ ଦୁଇ ଚାମଚ କ୍ଷୀର ଦେଇ ଚକଲେଟକୁ ଗରମ କରି ତରଳାଇ ଦିଅନ୍ତୁ ଏବଂ ସେଥିରେ ଭଜା ମକାଗୁଡ଼ିକ ପକାଇ ପାଗ କରି ଶୁଖାଇ ଦିଅନ୍ତୁ । ବର୍ତ୍ତମାନ ଓଭାନକୁ ଗରମ କରି ତା’ର ଫାରେ କେପେପର ପକାଇ ଆଣ ଢାଳନ୍ତୁ । କାଜୁ ଗୁଣ୍ଡକୁ ତା’ ଉପରେ ଦେଇ ଆଉ ଗୋଟିଏ ପରସ୍ତ ଦିଅନ୍ତୁ । ଉପରେ ଚେରି, କାଜୁଗୁଣ୍ଡ ରଖ୍ ଓଭାନ ବନ୍ଦ କରିଦିଅନ୍ତୁ ।୩୫ରୁ ୪୦ ମିନିଟ୍ ପର୍ଯ୍ୟନ୍ତ କେକୁ ବେକ୍ କରନ୍ତୁ । କେକ୍ ହୋଇଆସିଲେ ସେଥିରେ ଛୁରି ଦେଇ ଦେଖନ୍ତୁ । ଛୁରିରେ କେକ୍ ନ ଲାଗିଲେ ଓଭାନ ବନ୍ଦ କରି ପାଞ୍ଚ ମିନିଟ୍ ପରେ କେକୁ ବାହାର କରିଦିଅନ୍ତୁ ଏବଂ ତା' ଉପରେ ପ୍ରସ୍ତୁତ ପୂର୍ବର ମକାଖଇ ଚଲେଗୁଡ଼ିକୁ ଏବଂ ଚେରିକୁ କାଟି ସଜେଇ ଦିଅନ୍ତୁ । ଥଣ୍ଡା ହୋଇଗଲେ କାଟି ପରଷନ୍ତୁ ।
ଡାଲି କେକ

ଡାଲି କେକ

ଆବଶ୍ୟକ ସାମଗ୍ରୀ: 

ଅଢ଼େଇ କପ୍ ମସୁର ଡାଲି ଗୁଣ୍ଡ, ୧ କପ୍ ମଇଦା, ୧୫୦ ଗ୍ରା. ଅମୁଲ ଗୁଣ୍ଡ, ୨ ଚାମଚ ବେକିଙ୍ଗ୍ ପାଉଡର, ୧ ଚାମଚ ଖାଇବା ସୋଡ଼ା, ୧୫୦ ଗ୍ରା. ବଟର, ୧/୨ କପ୍ ଦହି,୧୫୦ ଗ୍ରା. ଚିନିଗୁଣ୍ଡ, ୧ ଲିଟର ସିଝା କ୍ଷୀର,
ଅଳ୍ପ କାଜୁ, ୮ରୁ ୧୦ଟି ଚେରି, ଅଧାଚାମଚ ଡାଳଚିନିଗୁଣ୍ଡ, ୧ ବୁନ୍ଦା ଭାନିଲା ଏସେନ୍ସ।

ପ୍ରସ୍ତୁତି ପ୍ରଣାଳୀ: 

ପ୍ରଥମେ ମସୁର ଡାଲିକୁ ଶୁଖାଇ ଗୁଣ୍ଡ କରି ଚଲେଇ ତା’ର ଖଦା ଅଂଶ ବାହାର କରିଦିଅନ୍ତୁ । ସେହି ଡାଲି ଗୁଣ୍ଡ ସହ ମଇଦା, ବେକିଙ୍ଗ ପାଉଡର, ଖାଇବା ସୋଡା଼, ଅମୁଲକୁ ମିଶାଇ ଦିଅନ୍ତୁ । ଆଉ ଗୋଟିଏ ପାତ୍ରରେ ଚିନିଗୁଣ୍ଠ ଓ ବଟରକୁ ଫେଣ୍ଟି ମିଶାନ୍ତୁ । ଏହା ଭଲ ଭାବରେ ମିଶି ଗଲାପରେ ସେଥିରେ ଡାଲି ଗୁଣ୍ଡର ମିଶ୍ରଣକୁ ଭଲ ଭାବରେ  ମିଶାନ୍ତୁ । ମଝିରେ ମଝିରେ ଶୁଖୁଲା ହୋଇଗଲେ ସେଥିରେ ସିଝା କ୍ଷୀର କୁ ମିଶାଇ ଆଣ ପ୍ରସ୍ତୁତ କରନ୍ତୁ । କେକ୍ ଆଣ ଯେପରି ପାଣିଆ କିମ୍ବା ବେଶୀ ଶୁଖୁଲା ହେବନି ସେଥିପ୍ରତି ଧ୍ୟାନ ଦିଅନ୍ତୁ । ମିଶ୍ରଣ ହୋଇଗଲେ ସେଥିରେ ଡାଳଚିନି ଗୁଣ୍ଡ ଓ ଭାନିଲା ଏସେନ୍‌କୁ ମିଶାନ୍ତୁ । ତା ’ ପରେ ମାଇକ୍ରୋଓଭାନ ଗରମ କରି ତା’ର ଫାରେ ବଟର ଲଗାଇ ମଇଦା ଟିକେ ଛିଞ୍ଚି ଦିଅନ୍ତୁ ଏବଂ କେର ମିଶ୍ରଣକୁ ଜାଳନ୍ତୁ । ମଝିରେ ଟିକେ ଛୋଟଛୋଟ ଖଣ୍ଡ କାଜୁ ଓ ଚେରି ଦେଇ ଆଉ ଗୋଟିଏ ପରସ୍ତ ମିଶ୍ରଣ ଢାଳନ୍ତୁ ଉପରେ କାଛୁ , ଚେରି ଦେଇ ଓଭାନ ବନ୍ଦ କରନ୍ତୁ , ୪୦ରୁ ୪୫ ମିନିଟ୍ ବେକ୍ କରନ୍ତୁ । କେକ୍ ପ୍ରସ୍ତୁତ ହୋଇଗଲା ପରେ ପାଞ୍ଚ ମିନିଟ୍ ଥଣ୍ଡା କରିବାକୁ ଛାଡ଼ି ଦିଅନ୍ତୁ । ଥଣ୍ଡା ହୋଇଗଲେ କେକ୍ ବାହାର କରନ୍ତୁ ଏବଂ କାଟି ଖାଇବାକୁ ଦିଅନ୍ତୁ । ଏହାକୁ ଆପଣ ପ୍ରେସରକୁକର କିମ୍ବା କଡ଼େଇରେ ମଧ୍ୟ କରିପାରିବେ । 
ପରିବା କେକ୍

ପରିବା କେକ୍ 

ଆବଶ୍ୟକ ସାମଗ୍ରୀ : 

୩୦୦ ଗ୍ରା . ମଇଦା , ୧୦୦ ଗ୍ରା . ବଟର , ଛୋଟ ଖଣ୍ଡ କଟା ଗାଜର , ଅଳ୍ପ କଟା ବିଟ୍ , କଟା ବିନସ , କଟା ଫୁଲକୋବି , ଛୋଟଛୋଟ ପତ୍ର କଟା ହୋଇଥିବା ବନ୍ଧା କୋବି , ଅଳ୍ପ ବଟା ମସଲା , ୧ ଚାମଚ ଚିନି , ୫୦୦ ଗ୍ରା . କ୍ଷୀର , ଅଳ୍ପ ବେକିଂ ପାଉଡର । 

ପ୍ରସ୍ତୁତି ପ୍ରଣାଳୀ : 

ପ୍ରଥମେ ମଇଦାକୁ ଚଲେଇ ବେକିଂ ପାଉଡର ଦେଇ ରଖନ୍ତୁ । ଛୋଟ କଟା ପରିବାକୁ ମସଲା ଦେଇ କଷନ୍ତୁ । ମଇଦାକୁ ବେକିଂ ପାଉଡର ଦେଇ ମିଶାଇ ଦିଅନ୍ତୁ । ସେଥିରେ କ୍ଷୀର , ବଟର ଓ ଚିନିକୁ ଧୀରେଧୀରେ ମିଶାଇ ଘୋକ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଓଭାନ ଗରମ କରି ବେକିଂ ଟ୍ରେ’ରେ ବଟର ଲଗାଇ ମିଶ୍ରଣ ଅଧା ଢାଳି ପରିବା କଷାକୁ ଦିଅନ୍ତୁ ଏବଂ ଆଉ ଗୋଟିଏ ପରସ୍ତ ଦେଇ ଓଭାନ ଅନ୍ କରନ୍ତୁ । ୨୫ରୁ ୩୦ ମିନିଟ୍ ହୋଇଗଲେ ଓଭାନରୁ ବାହାର କରି କେକଟି ପରଷନ୍ତୁ । 
ଫୁଟ୍ କେକ୍


ଫୃଟ କେକ୍ 

ଆବଶ୍ୟକ ସାମଗ୍ରୀ : 

ଅଢ଼େଇକପ୍ ମଇଦା , ୧ କପ ଚିନି ଗୁଣ୍ଡ , ଅଧାକପ୍ ଅମୁଲ , ୧୦୦ ଗ୍ରା . ବଟର , ଆବଶ୍ୟକ ଅନୁଯାୟୀ ସିଝା କ୍ଷୀର , ୧୦ଟି କାଜୁ , ଅଳ୍ପ ପିସ୍ତା ବାଦାମ , ଅଳ୍ପ କିସ୍‌ମିସ , ଅକ୍ସ ଚେରି , ଅଳ୍ପ ଡାଳିମ , ୧ କପ କଟା ସେଓ , ଅଳ୍ପ କଟା ଅଙ୍ଗୁର , ୧ ଚାମଚ ଖାଇବା ସୋଡ଼ା , ୧ ଚାମଚ ବେକିଂ ପାଉଡର , ୧ କୁନ୍ଦା ଭାନିଲା ଏସେନ , ୦ ଚକଲେଟ୍ ଗୁଣ୍ଡ ରୁଚି ଅନୁସାରେ ଦେଇପାରିବେ ।
 ପ୍ରସ୍ତୁତି ପ୍ରଣାଳୀ :

 ମଇଦା ଓ ବେକିଂ ପାଉଡରକୁ ଚଲାଇ ସେଥିରେ ଖାଇବା ସୋଡ଼ା ମିଶାନ୍ତୁ । କ୍ଷୀରକୁ ଗରମ କରି ରଖନ୍ତୁ ବା ଭଲ କରି ସିଝାଇ ଦିଅନ୍ତୁ । ସେଥିରେ ଅମୁଲକୁ ଭଲଭାବେ ଗୋଳାଇ ଦିଅନ୍ତୁ । ଆଉ ଗୋଟିଏ ପାତ୍ରରେ ଚିନି ଗୁଣ୍ଡ , ବଟରକୁ ଫେଣ୍ଟନ୍ତୁ ସେହି ମିଶ୍ରଣରେ ଅଛଅଳ୍ପ ଚଲା ହୋଇଥିବା ମଇଦା ଓ ଅମୁଲର ମିଶ୍ରଣକୁ ଦେଇ ମିଶାନ୍ତୁ । ଧାନ ଦିଅନ୍ତୁ ଯେପରି ମଇଦା ଟେଳା ନ ହୁଏ । ଏହି ମିଶ୍ରଣରେ ଭାନିଲା ଏସେନ୍ , ଚେରି , ପେସ୍ତା , କାଛୁ , କଟା ସେଓ , ଡାଳିମ୍ବ ଓ ଅଙ୍ଗୁର ଦେଇ ମିଶାଇ ୧୫ ମିନିଟ୍ ବାହାରେ ରଖନ୍ତୁ । ତା'ପରେ ଓଭାନକୁ ଗରମ କରି ତା’ର ଟ୍ରେରେ ବଟର ଲଗାଇ ସେଥିରେ ଅଳ୍ପ ମଇଦା ଛିଞ୍ଚ କେକ୍ ଗୋଳାକୁ ଢାଳି ଓଭାନରେ ବସାନ୍ତୁ ୩୦ରୁ ୩୫ ମିନିଟ୍ ହୋଇଗଲେ ଜୁରି ଦେଇ ଦେଖନ୍ତୁ । ଛୁରିରେ କେକ୍ ନ ଲାଗିଲେ ଓଭାନରୁ ବାହାର କରି ୧୫ ମିନିଟ୍ ଛାଡ଼ି ଦିଅନ୍ତୁ ଏବଂ ପ୍ଲେଟକୁ ଓଲଟାଇ ଦେଇ ଉପରେ ଅଳ୍ପ କଟା ଫଳ ଦେଇ ସଜାଇ ଦିଅନ୍ତୁ ଏବଂ ମନ ପସନ୍ଦର ଆକାରରେ କାଟି ପରିବେଶଣ କରିଦିଅନ୍ତୁ । 
ବିରି ଚାଉଳ କେକ


ବିରି ଚାଉଳ କେକ

ଆବଶ୍ୟକ ସାମଗ୍ରୀ : 

୨୦୦ ଗ୍ରା . ଚାଉଳ , ୫୦ ଗ୍ରା . ବିରି , ୧୫୦ ଗ୍ରା . ଚିନି , ୧୫୦ ଗ୍ରା . ଘିଅ , ଅଳ୍ପ ଅମୁଲ ଗୁଣ୍ଡ କିମ୍ବା କ୍ଷୀର , ସଜେଇବା ପାଇଁ କାଜୁ , କିସ୍‌ମିସ୍ ଏବଂ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ବିରି ଚାଉଳକୁ ଚିକଣ କରି ବାଟି ଏକ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ । ବାଟିବା ବେଳେ ଧାନ ଦେବେ ବାଟଣା ଯେପରି ବେଶୀ ପାଣି ନ ହୁଏ । କଡ଼େଇରେ ଗରମ ପାଣି କରି ସେଥିରେ ଅମୁଲ ଗୁଣ୍ଡକୁ ବହଳିଆ କରି ଗୋଳାଇ ଦିଅନ୍ତୁ । ଅମୁଲ ବଦଳରେ ଆପଣ କ୍ଷୀର ବି ବହଳିଆ କରି ବ୍ୟବହାର କରି ପାରିବେ । ଅମୁଲ ବା କ୍ଷୀର ଫୁଟି ଗଲେ ସେଥିରେ ଚିନି , କାଜୁ , କିସ୍‌ମିସ୍ ପକାଇ ଫୁଟାନ୍ତୁ ଏବଂ ସେଥିରେ ବିରି ଚାଉଳ ବଟାକୁ ଦେଇ ଜନ୍ତୁଣି ପ୍ରସ୍ତୁତ କରନ୍ତୁ । ଜନ୍ତୁଣି ପ୍ରସ୍ତୁତ ହୋଇଗଲେ ତାକୁ ବାହାର କରି ମାଇକ୍ରୋଓଭାନର ଟ୍ରେ’ରେ ଘିଅ ଦେଇ ଜନ୍ତୁଣିକୁ ଦେଇ ଇଚ୍ଛା ଅନୁସାରେ ସାଇଜ କରନ୍ତୁ । ଓଭାନରେ ୧୦୦ ତାପମାତ୍ରାରେ ଏହାକୁ ଦଶ ମିନିଟ୍ରୁ ପଚିଶ ମିନିଟ୍ ଯାଏ ବେକ୍ କରନ୍ତୁ । ବିରି ଚାଉଳ କେକ୍ ପ୍ରସ୍ତୁତ ହୋଇଗଲେ ଏହାକୁ ବାହାର କରି ଥଣ୍ଡା କରନ୍ତୁ ଏବଂ ମନ ପସନ୍ଦର ଆକାରରେ କାଟି ପରଷନ୍ତୁ ।
ଛେନା ଚାଉଳ କେକ୍


ଛେନା ଚାଉଳ କେକ୍ 

ଆବଶ୍ୟକ ସାମଗ୍ରୀ : 

୪୦୦ ଗ୍ରା . ଛେନା ( ବେଶୀ ପାଣି ନ ଥିବା ) , ଦେଢ଼କପ୍ ଅରୁଆ ଚାଉଳ , ୧୫୦ ଗ୍ରା . ଚିନି , ୫୦୦ ଗ୍ରା . ସିଝା କ୍ଷୀର , ୨ ଚାମଚ ଗୁଜୁରାତି ଗୁଣ୍ଡ , ୧୦୦ ଗ୍ରା . ବଟର , ୨ ଚାମଚ ଦେଶୀ ଘିଅ , ୫୦ ଗ୍ରା . କିସ୍‌ମିସ୍ , ଅଧାଚାମଚ ଖାଇବା ରଙ୍ଗ କିମ୍ବା ଫୁଟ୍ ଜାରେ ସଜେଇ ପାରିବେ ।

ପ୍ରସ୍ତୁତି ପ୍ରଣାଳୀ : 

ପ୍ରଥମେ ଅରୁଆ ଚାଉଳକୁ ଦୁଇଘଣ୍ଟା ବତୁରେଇ ଛାଣି ବାଟି ଦିଅନ୍ତୁ । ବାଟିବା ପାଇଁ ପାଣି ନ ଦେଇ ଦରକାର ଅନୁଯାୟୀ କ୍ଷୀର ଦେଇ ବାଟି ଦିଅନ୍ତୁ । ଚାଉଳ ବାଟଣ ଚିକଣ ହୋଇଗଲେ ସେଥିରେ ଛେନାକୁ ଚିପୁଡ଼ି ପକାନ୍ତୁ । ବର୍ତ୍ତମାନ ଛେନା ଚାଉଳକୁ ମିଶାଇ ଚିକଣ କରି ବାଟି ସାରିବା ପରେ ସେଥିରେ ଚିନି ଦିଅନ୍ତୁ । ଧାନ ଦେବେ ବାଟଣ ବା କେକ୍ ଆଣ ଯେପରି ବେଶୀ ପାଣି କି ବେଶୀ ଶୁଝିଲା ନ ହୁଏ । ସେଥିରେ ଅଳ୍ପ କିସ୍‌ମିସ୍ ଏବଂ ଗୁଜୁରାତିଗୁଣ୍ଡ ପକାଇ ଦିଅନ୍ତୁ । କେକ୍ ପାତ୍ରରେ ବଟର ଲଗାଇ ସେଥିରେ ମିଶ୍ରଣକୁ ଢାଳିଦିଅନ୍ତୁ ୨୦ରୁ ୨୫ ମିନଟ୍ ଏହାକୁ ବେକ୍ କରନ୍ତୁ । ୮୦ ଡିଗ୍ରୀରେ ମାଇକ୍ରୋୱେଭ ଦେଲେ କେକ୍ ଶୀଘ୍ର ହୋଇଯିବ । କେର ବାସ୍ନା ଆସିଲେ ଛୁରି ଲଗାଇ ଦେଖନ୍ତୁ କଞ୍ଚା ଅଛି କି ନାହିଁ ଏବଂ ଛୁରିରେ ନ ଲାଗିଲେ କେକୁ କାଢ଼ି ଆଣି ଥଣ୍ଡା କରନ୍ତୁ । ତା ' ଉପରେ ଫୁଟୁଜାମ୍ କିମ୍ବା ଖାଇବା ରଙ୍ଗ ଦେଇ ସଜାଇ ଦିଅନ୍ତୁ ଛେନା ଚାଉଳ କେକ୍ ।

ନିଜର ପ୍ରତିକ୍ରିୟା ଦିଅନ୍ତୁ

Previous Post Next Post