ହଜିଗଲା ମାନବିକତା କେରଳରେ ଗୋଟେ ଗର୍ଭବତୀ ହାତୀର ହୃଦୟ ବିଦାରକ ହତ୍ୟା
    କେରଳ ପରି ଶିକ୍ଷିତ ରାଜ୍ୟରେ ଗୋଟେ ଗର୍ଭବତୀ ହାତୀ ଖାଦ୍ୟ ଆଶା ରେ ମଲ୍ଲପୁରମ ର ରାସ୍ତା ଉପରକୁ ଚାଲି ଆସିଲା । ତାକୁ ଖାଦ୍ୟ ଭାବେ କିଛି ସ୍ଥାନୀୟ ମୁର୍ଖ ଲୋକଙ୍କ ଦ୍ୱରା ସପୁରୀ ଦିଆଗଲା । ହାତୀଟି ସେଇ ପିଶାଚ ମାନଙ୍କୁ ମଣିଷ ଭାବି ବିଶ୍ୱାସ କରି ସପୁରୀ ଖାଇନେଇଥିଲା । ସେ ଜାଣି ପାରୁନଥିଲା କି ତାକୁ ବିସ୍ଫୋଟକ ଭରା ସପୁରୀ ଖାଇବାକୁ ଦିଆ ଯାଉଥିଲା ବୋଲି । ବିସ୍ଫୋଟକ ତା ମୁହଁରେ ଫାଟି ଯାଇଥିଲା,ତା ମୁହଁ ଆଉ ଜିଭ ବହୁତ ଖରାପ ଭାବେ ନଷ୍ଟ ହେଇ ଯାଇଥିଲା ।
ହଜିଗଲା ମାନବିକତା କେରଳରେ ଗୋଟେ ଗର୍ଭବତୀ ହାତୀର ହୃଦୟ ବିଦାରକ ହତ୍ୟା


ହଜିଗଲା ମାନବିକତା କେରଳରେ ଗୋଟେ ଗର୍ଭବତୀ ହାତୀର ହୃଦୟ ବିଦାରକ ହତ୍ୟା

     ମୁହଁରେ ହୋଇଥିବା ଖଣ୍ଡିଆ ହେତୁ ସେ କୌଣସି ଖାଦ୍ୟ ଖାଇ ପାରୁ ନଥିଲା ।ଗର୍ଭବତୀ ହେତୁ ତାକୁ ଅଧିକ ଭୋକ ବି ଲାଗୁଥିଲା ।ନିଜ ଅପେକ୍ଷା ତାର ଅଧିକ ଚିନ୍ତା ହେଉଥିଲା ତା ପେଟରେ ବଢୁଥିବା ଆସନ୍ତା ଭବିଷ୍ୟତ ର କୁନି ଛୁଆଟି ପାଇଁ... ହେଲେ ବି ମୁହଁର କ୍ଷତ ପାଇଁ ସେ କିଛି ଖାଇ ପାରୁ ନଥିଲା ।ପେଟର ଭୋକ ଆଉ ମୁହଁର ଯନ୍ତ୍ରଣା ରେ ଛଟପଟ ହୋଇ ସେ ରାସ୍ତାରେ ବୁଲିବାକୁ ଲାଗିଲା ।ଏହା ପରେ ମଧ୍ୟ ସେ କୌଣସି ମଣିଷ କୁ କ୍ଷତି ପହଞ୍ଚାଇ ନଥିଲା,କୌଣସି ଘର ଭାଙ୍ଗି ନଥିଲା ।ପାଣି ଖୋଜି ଖୋଜି ସେ ନଦୀ ପାଖରେ ପହଁଚିଲା ।ମୁହଁରେ ନିଆଁ ଜଳିବା ପରି ଲାଗୁଥିଲା ତାକୁ ଯେଉଁଥିରୁ ମୁକ୍ତି ପାଇବାକୁ ସେ ଅନ୍ୟ କିଛି ଉପାୟ ପାଇ ନଥିଲା । ଫରେଷ୍ଟ ଡିପାର୍ଟମେଂଟକୁ ଯେତେବେଳେ ଏ ଖବର ଜଣା ପଡିଲା ସେମାନେ ତାକୁ ପାଣିରୁ ବାହାର କରିବାକୁ ଚେଷ୍ଟା କରିଥିଲେ । ହେଲେ ସେ ବୁଝି ସାରିଥିଲା କି ତା ମୃତ୍ୟୁ ଏବେ ନିକଟପ୍ରାୟ.. ଆଉ ସେ କିଛି ଘଣ୍ଟା ପରେ ସେମିତି ନଦୀ ଭିତରେ ଠିଆ ହୋଇଥିବା ଅବସ୍ଥାରେ ହିଁ ଜୀବନତ୍ୟାଗ କରିଥିଲା...
ହଜିଗଲା ମାନବିକତା କେରଳରେ ଗୋଟେ ଗର୍ଭବତୀ ହାତୀର ହୃଦୟ ବିଦାରକ ହତ୍ୟା

ହଜିଗଲା ମାନବିକତା କେରଳରେ ଗୋଟେ ଗର୍ଭବତୀ ହାତୀର ହୃଦୟ ବିଦାରକ ହତ୍ୟା

ହଜିଗଲା ମାନବିକତା କେରଳରେ ଗୋଟେ ଗର୍ଭବତୀ ହାତୀର ହୃଦୟ ବିଦାରକ ହତ୍ୟା

ଫରେଷ୍ଟ ଡିପାର୍ଟମେଂଟର ଯେଉଁ ଅଫିସର ଙ୍କ ସାମ୍ନା ରେ ଏହି ଘଟଣା ଘଟିଥିଲା ଦୁଃଖ କରି ଏ ବିଷୟରେ facebook ରେ ଲେଖିବାରୁ ଘଟଣାଟି ମିଡିଆ ସାମ୍ନା କୁ ଆସିଥିଲା... । କେବଳ ସେ ଅଫିସର ନୁହେଁ ମୁଁ ମଧ୍ୟ ଏସବୁ କଥା ଜାଣି ଏ ବିଷୟରେ ଲେଖିବା ବେଳେ ମୋ ଆଖି ଲୁହରେ ଛଳ ଛଳ ହୋଇ ଯାଉଛି...
ଥରେ ସେ ମଣିଷ କାହିଁକି ଭାବିଲା ନାହିଁ କି ଏ ହାତୀଟି ତା ପାଖକୁ ତା ଧନ ସମ୍ପତ୍ତି ନେବାକୁ ଆସିନି କି ତା ଜୀବନ ନେବାକୁ ଆସିନି। ସେ ବାସ୍ ଭୋକରୁ ରକ୍ଷା ପାଇବା ପାଇଁ ଖାଦ୍ୟ ଖୋଜି ଖୋଜି ଲୋକ ମାନଙ୍କ ପାଖକୁ ଆସିଥିଲା ଏଇ ଭରସା ରେ କି ତାକୁ କିଛି ଖାଦ୍ୟ ମିଳିବ... ହେଲେ ଏ ମଣିଷ କଣ କଲା ତା ସହ.?? ହଁ, ଆମେ ପଶୁ ହତ୍ୟା କରୁଛୁ ନିଜର ଭୋକ ମେଣ୍ଟାଇବା ପାଇଁ ।ହେଲେ ଏଠି ଏ ମଣିଷ କଣ ନିଜର ଭୋକ ମେଣ୍ଟାଇବା ପାଇଁ ଏପରି କରିଥିଲା କି.?? ନିଜର ମନୋରଞ୍ଜନ ପାଇଁ ସେ 2 ଟି ନିଷ୍ପାପ ଜୀବନ ନେଇଗଲା..
ପଶୁ ମାନଙ୍କ ଭିତରେ ମନୁଷ୍ୟତା ଓ ମନୁଷ୍ୟ ମାନଙ୍କ ଭିତରେ ପଶୁ ପ୍ରବୃତ୍ତି ବଢି ଗଲାଣି ।ଗୋଟେ ସାପ ଆମ ଆଡକୁ ଆସୁଛି ଆମେ ତାକୁ ଦେଖି ଜାଣି ପାରିବା କି ସେ ଆମକୁ କାମୁଡିବା ପାଇଁ ଆସୁଛି,ଗୋଟେ କୁକୁର କି ମାଙ୍କଡ଼ ଆସୁଥିବାର ଦେଖି ଆମେ ତା ମୁହଁରୁ ଜାଣି ପାରିବା ସେ ଆମର କ୍ଷତି କରିବାକୁ ଆସୁଛି ବୋଲି, ହେଲେ ଗୋଟେ ମଣିଷ ମୁହଁରୁ ଦେଖି ଜାଣି ପାରିବା ନାହିଁ କି ସେ ଆମର କ୍ଷତି କରିବାକୁ କି ଭଲ କରିବାକୁ ଆସୁଛି । ଆଗରେ ଆଲିଙ୍ଗନ କରି ପଛରେ ଛୁରୀ ଭୂଷି ଦିଅନ୍ତି ଏ ମଣିଷ ହେଲେ ତାଙ୍କ ମୁହଁରୁ ଜାଣି ହୁଏନି...
କଣ ଶିକ୍ଷିତ ମଣିଷର ସବୁ ମାନବିକତା କେବଳ ମଣିଷ ମାନଙ୍କ ପାଇଁ.? ଛାଡ଼ ସମ୍ପୂର୍ଣ୍ଣ ଭାବେ ତ ମଣିଷ ମାନଙ୍କ ପାଇଁ ବି ନୁହେଁ,ଆମ ପ୍ରଜାତିରେ ତ ଗର୍ଭବତୀ ସ୍ତ୍ରୀ କୁ ବି ମାରିଦେବା କୋଣସି ନୂଆ କଥା ନୁହେଁ । 5 ମାସ ର ଶିଶୁ କନ୍ୟା କୁ ବଳାତ୍କାର କୋଣସି ନୂଆ କଥା ନୁହେଁ । ଏ ଶିକ୍ଷିତ ଲୋକଙ୍କ ଠାରୁ ତ ବହୁତ ଭଲ ସେ ଆଦିବାସୀ ମାନେ ଯେଉଁମାନେ କି ଜଙ୍ଗଲ ବଞ୍ଚାଇବା ପାଇଁ ନିଜ ଜୀବନ ଦେଇ ଦିଅନ୍ତି । ସେମାନେ ଜଙ୍ଗଲ କୁ ଭଲ ପାଇବା ଜାଣନ୍ତି,ପଶୁ ପକ୍ଷୀ,ପାହାଡ଼ ଝରଣା ପ୍ରକୃତି ମା କୁ ଭଲ ପାଇବା ଜାଣନ୍ତି...
ଏ ଖବର ବି ଅଧିକ ପୁରୁଣା ହେଇନି ଯେବେ ଆମାଜନ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା, କେତେ ଜୀବଜନ୍ତୁ ମରିଥିଲେ... ଅଷ୍ଟ୍ରେଲିଆ ରେ ହଜାର ହଜାର ଓଟ ଙ୍କୁ ମାରିଦିଆଗଲା ଏହା କହି କି ସେମାନେ ଅଧିକ ପାଣି ପିଇ ଦେଉଥିଲେ । ସୋସିଆଲ ମିଡିଆ ରେ ଗୋଟେ video ରେ ଦେଖା ଯାଇଥିଲା କି 2 ଜଣ ରାକ୍ଷସୀ ଗୋଟେ ଛୋଟ ବିରାଡ଼ି କୁ ଅତି ନୃଶଂସ ଭାବେ ମାରି ଦେଉଥିଲେ ।ଜଣା ନାହିଁ ପ୍ରତିଦିନ କେତେ କେତେ ପଶୁ ପକ୍ଷୀ ମଣିଷ ପାଇଁ ନିଜ ଜୀବନ ଭେଟି ଦେଉଛନ୍ତି...
କରୋନା ଆଜି ଆମ ମଣିଷ ମାନଙ୍କର ସବୁ ଚିଠା ଖୋଲି ରଖିଦେଇଛି ।ଆମକୁ ସେ ଦେଖାଇ ଦେଇଛି କି ଆମେ ପ୍ରକୃତିର ଦୋହନ କରିବାରେ ଆମର ସୀମା ଲଙ୍ଘି ଯାଇଛେ ବୋଲି,ହେଲେ ଏବେ ମଧ୍ୟ ଆମର ଅକଲ ଆସିଲା ନାହିଁ,ଆମର କ୍ରୁରତା ଗଲା ନାହିଁ । ମଣିଷ ଏ ପୃଥିବୀର ସବୁଠୁ ଅଧିକ କ୍ରୁର ଓ ସ୍ୱାର୍ଥୀ ପ୍ରାଣୀ...। ଆମେ ନିଜକୁ ଭଗବାନ ଙ୍କ ଶ୍ରେଷ୍ଠ ସୃଷ୍ଟି କହୁ,ହେଲେ ଏଇଟା ଭୁଲି ଯାଉ କି ଭଗବାନ ଏ ପୃଥିବୀ ରେ ଅନ୍ୟ ପ୍ରାଣୀ ଙ୍କୁ ମଧ୍ୟ ଜନ୍ମ ଦେଇଛନ୍ତି । ଆମେ ବାଟରେ ଯାଉଥିବା ବେଳେ ବିନା କାରଣ ରେ କୁକୁର କୁ ପଥର ମାରିବା ହେଉ ମାଙ୍କଡ଼ ଦେଖି ପଥର ମାରିବା ହେଉ ଏବଂ ବାଟରେ ସାପ ଯାଉଥିବାର ଦେଖି ବାଡେଇବା ପରି ଘୃଣ୍ୟ କାମ କରୁ କେବେଳ ଆମର ମନୋରଞ୍ଜନ ପାଇଁ... bike ରେ ଯାଉଥିବା ବେଳେ କୁକୁର କୁ ଗୋଇଠା ମାରି ତାର video ବନେଇବା ବି ଆମ ମନୋରଞ୍ଜନ ପାଇଁ । କଣ ଆମେମାନେ ସତରେ ମଣିଷ.?? କଣ ଆମେ ଭଗବାନଙ୍କର ଏହି ସୁନ୍ଦର ପୃଥିବୀ ରେ ରହିବାର ଯୋଗ୍ୟ କି.??😔😔
ହଜିଗଲା ମାନବିକତା କେରଳରେ ଗୋଟେ ଗର୍ଭବତୀ ହାତୀର ହୃଦୟ ବିଦାରକ ହତ୍ୟା

ହଜିଗଲା ମାନବିକତା କେରଳରେ ଗୋଟେ ଗର୍ଭବତୀ ହାତୀର ହୃଦୟ ବିଦାରକ ହତ୍ୟା

ହଜିଗଲା ମାନବିକତା କେରଳରେ ଗୋଟେ ଗର୍ଭବତୀ ହାତୀର ହୃଦୟ ବିଦାରକ ହତ୍ୟା

ହଜିଗଲା ମାନବିକତା କେରଳରେ ଗୋଟେ ଗର୍ଭବତୀ ହାତୀର ହୃଦୟ ବିଦାରକ ହତ୍ୟା

ଭଗବାନ ଙ୍କୁ ପ୍ରାର୍ଥନା କି ଏହି ନିକୃଷ୍ଟ,ଘୃଣ୍ୟ,ସ୍ୱାର୍ଥୀ ମଣିଷ ମାନଙ୍କ ପୃଥିବୀ ରେ କେବେ ବି ସେ ହାତୀ କୁ ପୁଣି ଥରେ ଜନ୍ମ ଦିଅନ୍ତୁ ନାହିଁ ।ତା ଆତ୍ମା କୁ ସଦଗତି ଦିଅନ୍ତୁ...🙏🙏😔😔

ନିଜର ପ୍ରତିକ୍ରିୟା ଦିଅନ୍ତୁ

Previous Post Next Post