କ୍ଷୀର ଗଜା ।
ଆବଶ୍ୟକ ସାମଗ୍ରୀ :
୧ କପ୍ କ୍ଷୀର ଛେନା
ଅଧାକପ୍ ଖୁଆ
୧ କପ୍ ମଇଦା
୧ ଛୋଟ ଚାମଚ ମିଠା ସୋଡ଼ା
୧ କପ ଚିନି
୨ କପ୍ ପାଣି
୧ ଛୋଟ ଚାମଚ ଗୁଜୁରାତି ଗୁଣ୍ଡ
୧ ବଡ଼ ଚାମଚ ଘିଅ
୫ଟି ଗୁଜୁରାତି ଏବଂ ଛାଣିବା ଲାଗି ରିଫାଇନ୍ ତେଲ
ପ୍ରସ୍ତୁତି ପ୍ରଣାଳୀ : ଗୋଟିଏ ବଡ଼ ଥାଳିରେ ଛେନା ଓ ଖୁଆକୁ ହାତ ପାପୁଲି ସାହାଯ୍ୟରେ ଘଷି ଚିକ୍କଣ କରନ୍ତୁ । ମିଶ୍ରଣରେ ମଇଦାକୁ ଧୀରେଧୀରେ ମିଶାନ୍ତୁ । ଏହି ମିଶ୍ରଣରେ ଗୁଜୁରାତି ଗୁଣ୍ଡ , ଘିଅ ଓ ମିଠା ସୋଡ଼ା ମିଶାଇ ଚକଟି ରଖନ୍ତୁ । ଚକଟା ମିଶ୍ରଣକୁ ଆୟତାକାର ସାଇଜର କରି କାଟି ରଖନ୍ତୁ । ଅନ୍ୟ ଗୋଟିଏ ବଡ଼ ସସପେନରେ ଚିନି ଓ ପାଣି ଦେଇ ସିରା ପ୍ରସ୍ତୁତ କରନ୍ତୁ । ସିରାରେ ଗୁଜୁରାତିକୁ ଗୁଣ୍ଡ କରି ପକାନ୍ତୁ । କଡ଼େଇରେ ତେଲ ଗରମ କରି କ୍ଷୀର ଗଜାକୁ ଛାଣି ଚିନି ସିରାରେ ପକାନ୍ତୁ । ଅଧଘଣ୍ଟାରୁ ୧ ଘଣ୍ଟା ଯାଏ ଛଣା ଗଜାକୁ ସିରାରେ ପକାଇ ରଖନ୍ତୁ । ପରେ ସିରାରୁ କାଢ଼ି ଖାଇବାକୁ ଦିଅନ୍ତୁ ।
Post a Comment