ମଗଜ ଲଡ଼ୁ ଆବଶ୍ୟକ ସାମଗ୍ରୀ :

୧ କପ୍ ଅଟା , ଅଧା କମ୍ ଚିନି ଗୁଣ୍ଡ , ଅଧା କପ୍ ଗାଈ ଘିଅ ,୧ ଛୋଟ ଚାମଚ ଗୋଲମରିଚ ଗୁଣ୍ଡ , ୧ ଛୋଟ ଚାମଚ ଗୁଜୁରାତି ଗୁଣ୍ଡ ।

ପ୍ରସ୍ତୁତି ପ୍ରଣାଳୀ : ଗୋଟିଏ ନନଷ୍ଟିକ  କଡ଼େଇରେ ଘିଅକୁ ଗରମ କରନ୍ତୁ । ଘିଅରେ ଅଟାକୁ ଭାଜନ୍ତୁ । ଚିନିକୁ ଦରିଦରା ଗୁଣ୍ଡ କରନ୍ତୁ । ଗୁଣ୍ଡ ଚିନିକୁ ଭଜା ଯାଇଥିବା ଅଟାରେ ମିଶାନ୍ତୁ । ଭଲକରି ମିଶାଇ ଆଞ୍ଚରୁ  ଓହ୍ଲାଇ ରଖନ୍ତୁ । ତା ' ଉପରେ ଗୋଲମରିଚ ଗୁଣ୍ଡ ଓ ଗୁଜୁରାତି ଗୁଣ୍ଡ ପକାଇ ଭଲକରି ମିଶାନ୍ତୁ । ମିଶ୍ରଣ ଅଧା ଥଣ୍ଡା ହୋଇଗଲେ ଗୋଟିଏ ବଡ଼ ଥାଳିରେ କାଢ଼ି ରଖନ୍ତୁ । ହାତରେ ଘିଅ ଲଗାଇ ମିଶ୍ରଣକୁ ଲଡ଼ୁ ଭଳି କରି ବାନ୍ଧନ୍ତୁ । ଆପଣଙ୍କର ମଗଜ ଲଡୁ ପ୍ରସ୍ତୁତ ହୋଇଗଲା । ଧ୍ୟାନ ରଖିବେ ଭଜାଯାଇଥିବା ମିଶ୍ରଣକୁ ପୂରା ଥଣ୍ଡା କରିବେ ନାହିଁ , ଥଣ୍ଡା ହୋଇଗଲେ ଲଡୁ ବାନ୍ଧିହେବ ନାହିଁ ।

ନିଜର ପ୍ରତିକ୍ରିୟା ଦିଅନ୍ତୁ

Previous Post Next Post