କରୋନା କୁ ନେଇ କଣ କହେ ମାଳିକା?
*****************************************
ମାଳିକା କହେ ଏ ମହାମାରୀ ର ଆୟୁଷ ଜମା ବେଶି ଦିନ ନୁହେଁ।ଏ ଯେମିତି ବିତ୍ପାତ ନେଇ ଆସିବ, ସେମିତି ସନ୍ନିପାତ ହେଇ ଚାଲିଯିବ।
ଆପଣ କହିବେ କୋଉ ମାଳିକା ରେ କୁହା ଯାଇଛି ଏ କଥା?କିଏ କହିଛନ୍ତି??କୋଉ ଶାସ୍ତ୍ରରେ କହିଛନ୍ତି???
କହିଛନ୍ତି ନିଜେ ନେମାଳର ନମନୀୟ ସଂଥ।ପଞ୍ଚସଖାଙ୍କ ଭିତରେ ଥିବା ପ୍ରଚଣ୍ଡ ପ୍ରତିଭା, ଭବିଷ୍ୟବକ୍ତା, ମହଯୋଗୀ ତଥା ଲକ୍ଷେ ଗ୍ରଂଥର ରଚୟିତା ମହାପୁରୁଷ ଅଚ୍ୟୁତାନନ୍ଦ।
ଶାସ୍ତ୍ରର ନାଆଁ କଳିକଳୁଷ ମାଳିକା।
#ବିଂଶୁ ଉଣା ଏକ ଦି'କୋଡ଼ିକୁ ଦେଖ
ବ୍ରହ୍ମସଂଖ୍ୟା ମିଶୁ ତହିଁ
ଏକାଳେ ଜାଣିବୁ ଅକାଳ ମଡକ
ଆସିକି ରହିବ ନାହିଁ
ଆପଣ କହିବେ ଏଠି ମହାପୁରୁଷ କହୁଥିବା ଅକାଳ ମଡ଼କ କରୋନା କାହିଁକି ହେବ?ଏଠି ତ ସେମିତି କିଛି ଶବ୍ଦ ନାହିଁ।ଶବ୍ଦ ନଥାଉ, କାଳ ଅଛି।
ଏବେ କାଳ ନିର୍ଣ୍ଣୟ କରନ୍ତୁ।କାଳ ବିଷୟରେ ମହାପୁରୁଷ ଯେଉଁ ଠାର ପ୍ରୟୋଗ କରିଛନ୍ତି, ତାହା ନିର୍ଣ୍ଣୟ କରିବାକୁ ଉଭୟ ଗାଣିତିକ ଓ ଆଧ୍ୟାତ୍ମିକ ପ୍ରତିଭାର ବିନିଯୋଗ କରିବାକୁ ପଡିବ।
ମହାପୁରୁଷ କହିଲେ " ବିଂଶୁ ଉଣା ଏକ ",ବିଂଶ ଅର୍ଥ କୋଡିଏ,କୋଡିଏ ରୁ ଏକ ଉଣା ,ଅର୍ଥ ଉଣେଇସି #(୧୯)।
ତା ପରେ କହିଲେ ଦି କୋଡ଼ିକୁ ଦେଖ।
କୋଡ଼ି ଅର୍ଥ ୨୦।
ଦି କୋଡ଼ି ଅର୍ଥ ୪୦।
ଏଥିରେ ବ୍ରହ୍ମ ସଂଖ୍ୟା ମିଶାଇବାକୁ ନିର୍ଦେଶ ଦେଲେ।ବ୍ରହ୍ମ ସଂଖ୍ୟା ହେଉଛି ଏକ।ଏକ ବ୍ରହ୍ମ ଦ୍ଵିତୀୟ ନାସ୍ତି।ଚାଳିଶି ରେ ଏକ ମିଶିଲେ ସଂଖ୍ୟା ହେବ #୪୧।
ଅତଏବ ସମୁଦାୟ ସଂଖ୍ୟା ୧୯୪୧।ଆପଣ କହିବେ ମହାପୁରୁଷ କହିଲେ ୧୯୪୧ ମସିହାର କଥା।ଆପଣ ୨ହଜାର କୋଡ଼ିଏ ସହ ଏକଥା କାହିଁକି ଯୋଡୁଛନ୍ତି? ଯଦି ମହାପୁରୁଷ ୧୯୪୧ କଥା କହିଲେ, ତେବେ ୧୯୪୧ରେ ତ ଏପରି କିଛି ହେଇନି।ଅତଏବ ମହାପୁରୁଷ ଅଚ୍ୟୁତାନନ୍ଦ ମିଛ। ନାଇଁ ଆଜ୍ଞା ,ମହାପୁରୁଷ ଅଚ୍ୟୁତାନନ୍ଦ ମିଛ ନୁହଁ।ମିଛ ଆମେ।ମିଛ ଆମ ଅହଂକାର ,ମିଛ ଆମ ଡିଗ୍ରୀ।
ସତ ଟି ଏୟାଯେ ମହାପୁରୁଷ ଏଠି ଶକାଦ୍ଦର କଥା କହିଛନ୍ତି।୧୯୪୧ ଶକାଦ୍ଧ ହିଁ ଇଂରାଜୀ ମସିହା ୨୦୨୦।ଶଙ୍କା ମୋଚନ ପାଇଁ ଘରେ ଝୁଲୁଥିବା କ୍ୟାଲେଣ୍ଡର ଦେଖନ୍ତୁ।ପାଞ୍ଜି ଅବା ଇଣ୍ଟରନେଟ ର ସହଯୋଗ ନିଅନ୍ତୁ।
ଏହା ପ୍ରମାଣ କରେ ଯଦି ମସିହା ସତ୍ୟ।ମଡ଼କ ସତ୍ୟ।ତେବେ କରନା ନାମକ ଏ ମଡ଼କ ଖୁବ ଶୀଘ୍ର ସ୍ୱପଥରେ ବାହୁଡ଼ିବା ମଧ୍ୟ ଏକ ନିରବଛିନ୍ନ ସତ୍ୟ।
ମହାପୁରୁଷ ହାଡ଼ିଦାସ ମଧ୍ୟ ତାଙ୍କ "ଲକ୍ଷ୍ମୀ ବିଳାସ" କାବ୍ୟରେ ଏ ବିଷୟରେ ସୂଚନା ଦେଇଥିଲେ।
#ଦୁଇ ବିଂଶ ଯେବେ ବର୍ଷ ବୋଲାଇବ
ବହୁ ବିତିପାତ ହେବ
ଅଜଣା ବ୍ୟାଧିରେ ବହୁ ନାଶ ଯିବେ
ହାହାକାର ପଡିଥିବ।
ଏବେ ସେହି ହାହାକାରକୁ ଆମେ ସାମ୍ନା କରୁଛେ ସଭିଏଁ।
ଅଜଣା ଭୟରେ ଉତ୍ତୁରି ପଡୁଛି ରାତି।
ମରଣର ଚିଲ ସତେ ଅବା ଡେଣା ଝାଡୁଛି ଆମ
ଯୋଉ ମହାପୁରୁଷ ଏ ମହାମାରୀକୁ ଅଳ୍ପୟୁ ବୋଲି କହିଛନ୍ତି।ସେ ତାଙ୍କ ଦିବ୍ୟଦୃଷ୍ଟିରେ ଏ ସମୟ ଓ ତା ପ୍ରଭାବ କୁ ମଧ୍ୟ ଦେଖିଥିଲେ।ନହେଲେ ଆଜି ର ଚିତ୍ର ତାଙ୍କର 500 ବର୍ଷ ତଳର ଚକଡ଼ା ମଡାଣ କାବ୍ୟରେ କେମିତି ଥାଆନ୍ତା?
#ମହାମାରୀ ବ୍ୟାପିଯିବ
ଦେଶେ ଦେଶେ ଭୟ ଉପୁଜୁଥିବ
କେହି କାହାର ଘର ନଯିବ
ଅର୍ଥାତ ଆଜି ଆମର ହୋମ କ୍ୱାରେଣ୍ଟଇନ ର ଚିତ୍ର ସେଦିନ ଦେଖିଥିଲେ ପଞ୍ଚସଖା। ମହାପୁରୁଷ ଶିଶୁ ଅନନ୍ତ ତ ତାଙ୍କ ପଟ୍ଟା ମଡାଣ କାବ୍ୟରେ ଏ ମହାମାରୀ କୁ ଓର କରିଥିବା ପ୍ରଥମ ଡାକ୍ତରଙ୍କ ମୃତ୍ୟୁ ବିଷୟରେ ବି ଭବିଷ୍ୟବାଣୀ କରିଛନ୍ତି।
#ଆଦ୍ୟ ବୈଦ୍ୟ ଠାରେ ପ୍ରକାଶ ହୋଇବ
ପରେ ଅନ୍ୟ ହେବେ ନାଶ
ବୈଦ୍ୟ ଯେବେ ନାଶ ନୋହିବେ ବାରଙ୍ଗ
ଆଉ କେ ହୋଇବେ ଧ୍ବଂସ
ଏ ଯେ ଘୋର କଳିର କଳୁଷ
ଶେଷ ଧାଡିରେ ଏ ରୋଗରେ ଅନେକରୋଗୀଙ୍କର ପ୍ରାଣ ବଞ୍ଚାଇଥିବା ଡାକ୍ତର ମାନଙ୍କର ମୃତ୍ୟୁରେ ମହାପୁରୁଷ ମଧ୍ୟ ସମ୍ବେଦନଶୀଳ।ଦୁଖୀ। ଘୋର କଳି ରେ ମହାନ ଆତ୍ମାମାନଙ୍କର ମୃତ୍ୟୁ ରେ ପଞ୍ଚସଖା ପାଞ୍ଚଶହ ବର୍ଷ ତଳୁ ଦୁଃଖ ପ୍ରକାଶ କରିଥିଲେ।
ଯୋଉ ଜାତିର ଦାୟାଦ ତା କାଳିଆ ଠାକୁରର ଦୟାରେ ଦଶ ହଜାର ବର୍ଷର ଭବିଷ୍ୟତ କୁ ଦେଖିପାରେ।ସେ ଜାତି କୁ ବିନାଶ କରିବାର ସାମର୍ଥ୍ୟ କୋୖଣସି ଅପଶକ୍ତିର ନାହିଁ।
ମହାପୁରୁଷ ଯଶୋବନ୍ତଙ୍କ ଗୋଟେ ବହି ଅଛି।"କୋକୋ ବୋଲି"।ଏ କୋକୋ ହରିବଂଶର କୋକୁଆ ନୁହେଁ।ଏ କୋକୋ ଦ୍ୱାପର ଯୁଗରେ କୃଷ୍ଣଙ୍କ ଶୈଶବ ବେଳେ ମାତିଥିବା ଏକ ପ୍ରଚଣ୍ଡ ପରାକ୍ରମୀ ଅସୁର।ସେ ବିଭିନ୍ନ ରାଜ୍ୟର ଶିଶୁକୁ ମା କୋଳରୁ ଉଠେଇ ନେଇ ଭକ୍ଷଣ କରେ।ସବୁ ରାଜ୍ୟରେ ନିଜ ପରାକ୍ରମ ଦେଖେଇ ସାରି ଯେବେ ସେ ଗୋପ କୁ ଆସେତ, ଆଗରେ ଠିଆ ହୁଅନ୍ତି ବାଳକୃଷ୍ଣ। କହନ୍ତି-କାହାକୁ ନେବା ଆଗରୁ ତୁ ମୋତେ ନେ ରେ କୋକ।
କୋକ ଉଠେଇ ନିଏ ବାଳ କୃଷ୍ଣଙ୍କୁ।
ପାହାଡ଼ ଉପରେ ବସି କୋକୋ କୃଷ୍ଣଙ୍କୁ ଭୋଜନ କରିବା ପୂର୍ବରୁ ତାକୁ ଶେଷ କରନ୍ତି ନନ୍ଦସୁତ। ଶେଷ ହୁଏ କୋକୋ।ଆନନ୍ଦରେ ନାଚି ଉଠନ୍ତି ଗୋପପୁର ବାସୀ।
ଏଇ ଖୁସୀରେ ଆତ୍ମହରା ହେଇ ମାତା ଯଶୋଦା କାହ୍ନା ମୁହଁରେ ଖୁନ୍ଦାଟେ ମାରି ପଚାରନ୍ତି-ହଇରେ କପଟିଆ!
ଯଦି ତୁ ଏ ଅସୁରକୁ ମାରିପାରିଥାନ୍ତୁ,ତା ହେଲେ ଆଗରୁ ମାରିଲୁନ କାହିଁକିି?ବିଚରା କେତେ ଛୁଆଙ୍କୁ ମାରିଲା ସିଏ।ଶୂନ୍ୟ କଲା କେତେ ମମତମୟୀ ମାଙ୍କର କୋଳ।ଭସେଇଲା କେତେ ପରିବାର ଆହା।
ମାୟାବୀ କୃଷ୍ଣ ହସି ଦେଇ କହିଲେ-କେହି ମୋତେ ଡାକିଥିଲେ କି ଜନନୀ?
ମୋତେ କେହି ଡାକିଲେ ସିନା ମୁଁ ଆସେ।ନାଡାକିଲେ ଚକା ପାରିକି ବସେ।
ସେଦିନ ଗୋପ ବାଳକ ର ସାଧାରଣ ଡାକରେ ଆଗରେ ଠିଆ ହେଇ ଗଲେ କୃଷ୍ଣ।ଆଜି କୋଟିଏ ଓଡ଼ିଆର ଡାକରେ ଆଗରେ ଠିଆ ହେବେ ମହାପ୍ରଭୁ ଜଗନ୍ନାଥ।ଶଙ୍ଖରେ ପୁରେଇ ଚକ୍ର ଆଢୁଆଳରେ ରଖିବେ ଏ ଜାତିକୁ।ନିଜ ପୀତ ଉତ୍ତରୀରେ ମା ପରି ଘୋଡେଇ ପକେଇବେ ଏ ମାଟି ର ମଣିଷ ଙ୍କୁ।
କେବଳ ଆମେ ଡାକି ଶିଖିବା ଦର୍କାର।
କରୋନା ସାମ୍ନାରେ ବିଜ୍ଞାନ ମିଛ ହେଇ ସାରିଛି।ଏବେ ଧର୍ମକୁ ପରୀକ୍ଷା କରିବାର ସମୟ।
"ସର୍ବେ ହେଇଣ ଏକ ମୁଖ
ଡାକ ହେ ନାରାୟଣ ରଖ"
ଡାକ.... ଅନ୍ତର ଖୋଲି ଡାକ।ଚାରି କୋଟି ଓଡ଼ିଆ ନିଜ ନିଜ ଘରେ ଥାଇ ଗୋଟିଏ ସମୟରେ ,ଗୋଟିଏ ସ୍ୱର ରେ ଡାକ।
ଚହଲି ଉଠିବ ରତ୍ନ ସିଂହାସନ।
ଶରଣ ରକ୍ଷଣ ର ଗୀତ ଗାଇବ ପତିତ ପାବନ।
ଶୂନ୍ୟ ଶ୍ରୀମନ୍ଦିର ଓଡ଼ିଆ ଜାତିର ଆକୁଳ ପ୍ରାର୍ଥନା ରେ ହବ ପୂର୍ଣ।
ଉତ୍ତର ଦେବେ... ନିଶ୍ଚୟ ଉତ୍ତର ଦେବେ ପତିତ ପାବନ।
ଏହା ବି କଣ ମାଳିକା ର ନିର୍ଦେଶ ତେବେ?
ହଁ ନିର୍ଦେଶ।
ପଦ୍ମକଳ୍ପରେ ,ଉତ୍ତର ଦିଗରୁ ଆସୁଥିବା ମହାବିପତ୍ତିର ସମାଧାନ ଦେଇଛନ୍ତି।
ଶିଖେଇଛନ୍ତି ଏ ଘନକାଳରେ କୋଉ ମନ୍ତ୍ର ରଖିବ ଏ ଧରିତ୍ରୀ କୁ?
(ଉଦୃତ).....
derived from social media
Post a Comment