ତୋରାଣୀ କାଞ୍ଜି
ଆବଶ୍ୟକ ସାମଗ୍ରୀ :
୧ ବଡ଼ବେଲା ତୋରାଣି
ଅଧାକପ୍ ଖୁଦ
୧ କପ୍ କଟା ବୋଇତାଳୁ
ଅଧାକପ୍ କଟା ଟମାଟୋ
୧ କପ୍ କଟା ଅମୃତଭଣ୍ଡା
୧ କପ୍ କଟା ମୂଳା
୨ / ୩ଟା ସାରୁ
୧ଟି ବାଇଗଣ
ଫାଳେ ଓଲକୋବି
୮ / ୧୦ଟି ଶିମ୍ବ
ଅଧାକପ୍ ଭୁସୁଙ୍ଗ ପତ୍ର
୮ / ୧୦ କୋଲା ରସୁଣ
୬୭ଟି ଶୁଖିଲା ଲଙ୍କା
୧ ଚାମଚ ସୋରିଷ
୨ ଚାମଚ ରିଫାଇନ ତେଲ
ଆବଶ୍ୟକ ଅନୁସାରେ ହଳଦି ଓ ଲୁଣ,କିଛି ପାନମହୁରି ।
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ ଏକ ମାଟି ହାଣ୍ଡି ବା ଯେକୌଣସି ପାତ୍ରରେ ତୋରାଣିକୁ ଭଲଭାବେ ଫୁଟଇବା ପରେ କାଟି ରଖିଥିବା ଅମୃତଭଣ୍ଡା , ମୂଳା , କଖାରୁ , ଓଲକୋବି , ଖୁଦ ଓ ଆବଶ୍ୟକ ଅନୁଯାୟୀ ଲୁଣ , ହଳଦି ପକାଇ ୫ ମିନିଟ୍ ସିଝିବାକୁ ଛାଡ଼ି ଦିଅନ୍ତୁ । ପରିବାଗୁଡ଼ିକ ତୋରାଣିରେ ଭଲଭାବେ ଫୁଟିଲେ ସେଥିରେ ବାକି ପରିବା ଯଥା : ବାଇଗଣ , ଟମାଟୋ , ଶିମ୍ବ ଓ ସାରୁକୁ ପକାଇ ଢାଙ୍କି ଦିଅନ୍ତୁ । ପରିବା ଓ ଖୁଦକୁ ତୋରାଣିରେ ୧୦ / ୧୫ ମିନିଟ୍ ପର୍ଯ୍ୟନ୍ତ ଭଲଭାବେ ଫୁଟାନ୍ତୁ । ଏହା ଭଲଭାବେ ଫୁଟି ସିଝିଗଲା ପରେ ପାତ୍ରଟି ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ । ଅନ୍ୟ ଏକ ପାତ୍ରରେ ତେଲ ଗରମ କରି ସେଥିରେ ଶୁଖିଲା ଲଙ୍କା , ସୋରିଷ , ପାନମଧୁରି , ଭୁସୁଙ୍ଗପତ୍ର ଓ କଟା ରସୁଣ ପକାଇ ଛୁଙ୍କ କରି ସିଝାଇ ରଖିଥିବା କାଞ୍ଜିରେ ଢ଼ାଳି ଭଲ ଭାବେ ଗୋଳାଇ କିଛି ସମୟ ଢ଼ାଙ୍କି ରଖି ଦିଅନ୍ତୁ । ଯଦି କାଞ୍ଜିକୁ ଟିକେ ରାଗ କରିବାକୁ ଚାହାଁନ୍ତି ତେବେ ଏଥିରେ ଭଜା ଜିରାଲଙ୍କା ଗୁଣ୍ଡ ଅଳ୍ପ ଟିକେ ପକାଇ ପାରନ୍ତି । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ତୋରାଣୀ କାଞ୍ଜି ।
Post a Comment