~ନଷ୍ଟ ଜୀବନର ଆତ୍ମଲିପି ~

ଈଶ୍ୱରଙ୍କ ସୃଷ୍ଟିର ଅନ୍ୟତମ ସର୍ବୋତ୍କୃଷ୍ଟ ସୃଷ୍ଟି ହେଉଛି ମାନବ । ମନୁଷ୍ୟ ତା'ର କଳା ,କୌଶଳ ,ବେଦ ଓ ବିଜ୍ଞାନ ଆଦି କୁ ବିନିଯୋଗ କରି ସଂସାରର ନିୟମକୁ ଜୟ କରିପାରିବା ସହ ଦେଖାଇ ଚାଲିଛି ଭିନ୍ନ ଭିନ୍ନ ପରାକାଷ୍ଠା । ସଙ୍ଗୀତଜ୍ଞଙ୍କର କଣ୍ଠ ରୁ ଭାସିଆସୁଥିବା ସଙ୍ଗୀତର ମୂର୍ଚ୍ଛନା  ରେ ବର୍ଷାରାଣୀ ବିମୋହିତ ହୋଇ ତାର ସ୍ନିଗ୍ଧ, କୋମଳ ଅମୂଲ୍ୟ ଜଳରାଶି  ସିଞ୍ଚନ କରି ପ୍ରକୃତିରେ ଭରିଦେଉଛି ଅପୂର୍ଵ ସମ୍ଭାର । ବଂଶୀବାଦକର ବଂଶୀସ୍ଵନରେ ସୁନ୍ଦର ପୁଚ୍ଛ ବିସ୍ତାର କରି ନୃତ୍ୟ କରେ ମୟୂର । ପଶୁପକ୍ଷୀ ନିଜର ସ୍ୱପ୍ରକୃତି କୁ ଭୁଲିଯାଇ ସଙ୍ଗୀତର ମାଦକତାରେ ନିଜକୁ ହଜାଇ ଦେଇ ଆନନ୍ଦ ନିଅନ୍ତି । ଭକ୍ତର ସ୍ୱଚ୍ଛ, ସହୃଦୟ ଆକୁଳ ବିନତୀ ରେ ଏବଂ ବ୍ରାହ୍ମଣର ବେଦ ଧ୍ୱନି,ଯଜ୍ଞ ଧୂନି ରେ ସ୍ୱୟଂ ଭଗବାନ ମଧ୍ୟ କରନ୍ତି ଧରାବତରଣ । ନୃତ୍ୟାଙ୍ଗନାର ନୃତ୍ୟରତ,ତାଳଯୁକ୍ତ ପାଦର କୋମଳ ସ୍ପର୍ଶରେ ଶସ୍ୟଶ୍ୟାମଳା ହୋଇ ଉଠେ ମରୁଦ୍ୟାନ । ଚିତ୍ରକରର ତୁଳୀରେ କେତେ ଯେ ନିର୍ଜୀବ ଜଡମାନ କରନ୍ତି ପ୍ରାଣ ଧାରଣ ।

ଆଜିର ସମାଜକୁ ଏକ ସନ୍ଦେଶ ଦେବା ଉଦ୍ଦେଶ୍ୟରେ ହିଁ  ସୃଷ୍ଟି ମୋର ଏହି କାହାଣୀ । କେବଳ ମୁଁ ଖାଲି ଅନୁଭବ କରି ପାରେ.... ନୁହେଁ... । ଆପଣ ବି ଅନୁଭବ କରିପାରିବେ ? ଅନୁଭବି ନୁହଁନ୍ତି ଆପଣ ତା ନୁହେଁ । କିନ୍ତୁ କାହିଁକି ? ପରିକଳ୍ପନାର ପରିସର ଭିତରେ ପ୍ରତ୍ୟାଶା କେବଳ। ଆଶା କାହିଁକି ନୁହେଁ ? ଅଭିଳାଷ କାହିଁକି ନୁହେଁ । ଅଭିଳାଷ କଣ ଏତେ ବେଦରଦୀ । ଜହ୍ନ କଣ ଜୋଛନା ବିନା......

ମୋ' ଦେହରେ...ମୋ' ମନରେ.....ଜୋର୍ କରି ଆଙ୍କି ଦେଇଥିବା
ସେହି କଳଙ୍କର କଳାଦାଗକୁ ତୁମେ ଯଦି ଲିଭାଇ ପାରିବନି,ତେବେ କାହିଁକି ଆଖିରେ ଆଙ୍ଗୁଠି ଦେଇ ବାରମ୍ବାର ଚିତ୍କାର କରୁଛ.... "ମୁଁ ଧର୍ଷିତା" ବୋଲି.......??? ଡାକିତ ନଥିଲି ମୁଁ... ଆସ ବୋଲି...ଚାହିଁ ତ ନଥିଲି ତୁମକୁ ? ତେବେ ତୁମେ କାହିଁକି ବିଦାରି ଦେଲ ମୋର ଏଇ ସଜଫୁଟା ଦେହଟାକୁ... !! ନାରୀ ମାଂସଲୋଭୀ ତୁମେ । ମୋତେ ଭିଡି ଓଟାରି ତୁମେ ଶ୍ବାନଶୃଗାଳ ପରି ରାସ୍ତାକଡର ମଢ଼ ଭଳି ଖିନ୍ ଭିନ୍ କରିଦେଲ....!!
ଲହୁଲୁହାଣ ହେଇଗଲା ମୋ' ବକ୍ଷର କଅଁଳିଆ ଗୋଲାପ ପାଖୁଡା ଗୁଡିକ...
କଣ ବା ଥିଲା ଦୋଷ ମୋର ??? ଝିଅ ହୋଇ ଜନ୍ମ ହେବା କଣ ମୋର ଅପରାଧ... ????

ହସ ମାଡ଼େ ସେଇ ପୁରୁଷ ପୁଙ୍ଗବମାନଙ୍କୁ ଦେଖି । ଯେଉଁମାନେ ନିଜ କାମନାକୁ ଚରିତାର୍ଥ କରି ବୁଲନ୍ତି ନିର୍ବିଘ୍ନରେ, ରାଜରାସ୍ତାରେ....କାରଣ, ସେମାନେ ପୁରୁଷ... !! ଅଥଚ; ବିନା ଦୋଷରେ, କଳଙ୍କର କାଦୁଅ ଛିଟାରେ ପୋଡା ରକ୍ତର ରଙ୍ଗରେ ମୁଁ ଆଜି କଳୁଷିତ...!!! ବାରମ୍ବାର ଚିରି ବିଦାରି ତାଜା କରି ଦିଆଯାଏ । ବିତିଥିବା ସେହି କଳଙ୍କିତ ଅଧ୍ଯାୟକୁ.... !
ଓକିଲ ବାରମ୍ବାର ପ୍ରଶ୍ନ କରେ... କେମିତି ଘଟିଲା ? କହିଚାଲ ଗୋଟେ ପରେ ଗୋଟେ ? କେତେଜଣ ଥିଲେ ? ପ୍ରଥମେ କଲେ କଣ ? କେଉଁ ଅଙ୍ଗରେ ବାଜିଛି ସେଇମାନଙ୍କ ହାତ ? କ୍ଷତାକ୍ତ ଅବା ରାମ୍ପୁଡା କାମୁଡା ହୋଇଛି କି.. ତୁମ ଜଙ୍ଘ ଓ କୁଚ । ତୁମକୁ ମାଡିବସିଥିଲେ ନା ? ତୁମେ ସଂର୍ଘଷ କରୁଥିଲ କି ? ତୁମ ପିନ୍ଧାବସ୍ତ୍ର ଛିଣ୍ଡିଥିଲା କି ନାହିଁ ? ତୁମେ ରକ୍ତାକ୍ତ ହୋଇ ବଞ୍ଚିବାକୁ ପ୍ରୟାସ କଲକି ନାହିଁ..... ????? ଏଇମିତି ଅବାଡୁଆ ଖବାଡୁଆ ଅନେକ ପ୍ରଶ୍ନ... ପ୍ରଶ୍ନ ପରେ ପ୍ରଶ୍ନ । ପ୍ରଶ୍ନ ନୁହେଁ ତ... ବିକଟାଳ ଅଟ୍ଟହାସ୍ୟ... !!! ସବୁକଥା କହିବାକୁ ପଡେ ସମସ୍ତଙ୍କ ସମ୍ମୁଖରେ କାରଣ, ମୁଁ ଧର୍ଷିତା... ମୁଁ ବାସନ୍ତୀ..... !!! ବସନ୍ତର ପ୍ରେମରେ ପ୍ରେମାତୁର.. ବସନ୍ତର ପ୍ରତାରଣାରେ ପ୍ରତାରିତ । ବସନ୍ତ ବିବାହର ପ୍ରତିଶ୍ରୁତି ଦେଇ କଲା ମୋତେ ଭୋଗ । ଜାଣିବା ଶୁଣିବା ଚିହ୍ନିବା ବେଳକୁ ସବୁ ଉଜୁଡି ଯାଇ ଥିଲା ମୋର । ଭଲ ପାଇ ଥିଲି  ? କିଏ ଜାଣିଥିଲା ସେ ଚାହୁଁଥିଲା ଭୋଗ ? 

ମନେପଡେ ସେହି ରାତ୍ରିର କଥା.... ଏକ ଅଜଣା ଆଶଙ୍କାରେ ଶିହରି ଉଠୁଥିଲି ମୁଁ । ଧିରେ ଧିରେ ବସନ୍ତ ମୋର ନିକଟରୁ ନିକଟତର ହେଉଥିଲା । ତା ଓ ମୋ ଭିତରେ ଥିବା ଶୁନ୍ୟସ୍ଥାନ କମି କମି ଆସୁଥିଲା । ତାର ଉଦ୍ବେଳନର ତୀବ୍ରତା ଓ ଉନ୍ମାଦପଣର ଧାସ ମୋ ଦେହରେ କମ୍ପନ ସୃଷ୍ଟି କରୁଥିଲା । ଏହା ତାର ମୋ ପ୍ରତି କେଉଁ ପ୍ରକାର ପ୍ରେମ !!...ଯେଉଁଥିରେ ଆନ୍ତରିକତା ଅପେକ୍ଷା ଆଦିମତା ଥିଲା ବେଶୀ । ଆଦର ଅପେକ୍ଷା ଆତଙ୍କ ଥିଲା ବେଶୀ  । ନା ତାକୁ ଫେରାଇ ଦେବାର ସାମର୍ଥ୍ୟ ମୋର ଥିଲା ନା ଗ୍ରହଣ କରିନେବାର ଆଗ୍ରହ। ତଥାପି ସେ ଆସୁଥିଲା...ଏହାକୁ ସେ ଏକ ସ୍ୱୀକୃତ ସମ୍ପର୍କର ଅଧିକାର ବୋଲି କହୁଥିଲା... ପ୍ରଣୟର ପ୍ରାକୃତିକତା ଆଉ ସୃଜନର ସାନିଧ୍ୟ ବୋଲି କହୁଥିଲା । ମୋତେ ପୂର୍ବରୁ ସେ ଦେଇଥିବା ସେହିସବୁ କ୍ଷତଚିହ୍ନ ଗୁଡିକ ଉପରେ ପୁଣିଥରେ ହାତ ବୁଲାଇ ଆଣିଲି । ପ୍ରତି କ୍ଷତର ଗୋଟେ ଗୋଟେ ନାଁ ଦେଇଥିଲି ମୁଁ । ଶେଷ କ୍ଷତଟି ଏବେ ମଧ୍ୟ ଶୁଖିବାକୁ ବାକି ଥିଲା ।

ଦେହର କେଉଁସ୍ଥାନରେ ବସନ୍ତ କ୍ଷତ ସୃଷ୍ଟି କରିବ ଏହା ତାର ସମ୍ପୁର୍ଣ୍ଣ ଇଚ୍ଛାଧିନ ଥିଲା । ତେବେ ସମ୍ଭାବ୍ୟ କ୍ଷତଟି କେଉଁଠି ସୃଷ୍ଟି ହେବ ସେ ନେଇ ମୋ ଭିତରେ ଏକ ଅଜଣା ଭୟପ୍ରଦ କୌତୁହଳ ଥିଲା । ସେ ଯ଼େତେ ଯେତେ ନିକଟତର ହେଉଥିଲା । ମୁଁ ସେତେ ସେତେ ବିଚଳିତ ହେଉଥିଲି । ମଳିନ ପଡି ଆସୁଥିଲା ଆଲୋକ ଆଉ ଧିରେ ଧିରେ ଅନ୍ଧାରରେ ରୂପାନ୍ତରିତ ହେଉଥିଲା । ଏକ ଗାଢ ଅନ୍ଧକାର ଓ ନିଃଶବ୍ଦ ଆତଙ୍କ ମୋତେ ଘେରି ଆସୁଥିଲା । ମୋର ସମସ୍ତ ସାହସ ଓ ଦୃଢତାକୁ ଏକାଠି କରୁଥିଲି ମୁଁ । ମନେ ମନେ କେବଳ ଭାବୁଥିଲି !!! ଏ କଣ ପ୍ରେମ... ନା ମୃତ୍ୟୁର ପ୍ରସ୍ତୁତି...ଏହା ସମର୍ପଣ..... ନା ଧର୍ଷଣ...ପ୍ରଣୟ କଣ ଏକ ଆଦିମ ଯ଼ନ୍ତ୍ରଣା... ।

ରାତ୍ରିର ସେହି ନିଃଶବ୍ଦ ପ୍ରହରରେ ସେ ମୋତେ କବଳିତ କରବାକୁ ଆରମ୍ଭ କଲା । ମୋତେ ଛୁଇଁବା ପରେ ବଢୁଥିଲା ତାର ତୀବ୍ରତା...ବେଶ୍ ପ୍ରଚଣ୍ଡ ଓ ଭୟଙ୍କର ଉନ୍ମାଦନାରେ ସେ ମୋତେ ଆକର୍ଷି ଧରିଥିଲା । ବିପର୍ଯ୍ୟସ୍ତ ଭାବରେ ଛିଣ୍ଡି ପଡୁଥିଲା ମୋର କୁତ୍ରିମ ଆଭୂଷଣ ସବୁ । ଦୂରକୁ ଛିଟିକି ପଡୁଥିଲା ମୋ ପ୍ରାକୃତିକ ଅବୟବକୁ ଘୋଡେଇଥିବା କାରୀଗର । ଧିରେ ଧିରେ ଅନାବୃତ ହୋଇ ପଡୁଥିଲି ମୁଁ । ସମଗ୍ର ଭାବରେ ସେ ଆବୋରି ବସିଥିଲା ମୋତେ । ଅବପାତର ସଙ୍ଘାତରେ ସଂଜ୍ଞାହୀନ ହୋଇ ଆସୁଥିଲି ମୁଁ । ଧିରେ ଧିରେ ଆଖି ଖୋଲି ଚାହିଁଲା ବେଳକୁ ଚାରିଆଡେ ଫର୍ଚ୍ଚା ହୋଇ ଆସୁଥିଲା । ମୁହଁରେ ମୋର ପଡିଥିଲା ଚେନାଏ ସକାଳୁଆ କିରଣ। ସେ ବୋଧେ ଅନେକ ବେଳୁ ଚାଲି ଯାଇଥିଲା। ବେଶ କ୍ଳାନ୍ତ ଆଉ ଅବଶ ହୋଇ ପଡିଥିଲି ମୁଁ । ମୋ ଚାରିପଟେ ଛିନ୍ ଛତ୍ର ହୋଇ ପଡିଥିବା ଭଙ୍ଗାରୁଜା କୁତ୍ରିମ ଅଳଙ୍କାର ସବୁକୁ ଚାହିଁବାକୁ ଇଛା ନଥିଲା ମୋର ।

ମୁଁ କେବଳ ଭାବି ଚାଲିଥାଏ... ତା ପ୍ରଣୟରେ ଏତେ ଉଗ୍ରତା କାହିଁକି ?...ତା ପ୍ରେମରେ ଏତେ ହିଂସ୍ରତା କାହିଁକି ? ତା ସହ ଯୁଗବ୍ୟାପି ସମ୍ପର୍କ ଭିତରେ ଏ ପ୍ରବଞ୍ଚନା କାହିଁକି ? ମୋ ହୃଦୟ ଭିତରୁ କେହିଜଣେ ଯେମିତି ଉତ୍ତର ଦେଉଥିଲା...ଏ ସବୁ ପ୍ରଶ୍ନ ତ.... ତୁ ତାକୁ ପଚାରି ପାରିଥାନ୍ତୁ ...କିନ୍ତୁ କଣ ହେଲା ତୋର ? ତୁ କେବେ ନିଜଆଡୁ ଭାବିଛୁକି କାହିଁକି !!! ଏବେ ତୋ ଭିତରେ ଏତେ ଅସନ୍ତୁଳନ... କାହିଁକି ତୋ ନିଃଶ୍ୱାସ ଏତେ ଉତପ୍ତ...କାହିଁକି କଠିନ ହୋଇଯାଉଛି ତୋର ଆବରଣ...କାହିଁକି ତରଳି ଯ଼ାଉଛି ତୋ ହିମାବୃତ ଆଚ୍ଛାଦନ...କାହିଁକି ତୁ ଆଗଭଳି ତାକୁ ଦେଇ ପାରୁନୁ ଋତୁ ମାନଙ୍କ ସାନିଧ୍ୟ...କାହିଁକି ତୋ ସ୍ପର୍ଶରେ ନାହିଁ ଆକର୍ଷଣ ?

ପ୍ରେମରୁ ପ୍ରତ୍ୟୟ ଲୋପ ହୋଇଗଲେ ତାହା ପୀଡା ପାଲଟି ଯ଼ାଏ ଲୋ ...
ତାର ସଦ୍ୟ କ୍ଷତଟିକୁ ଖୋଜିବାକୁ ମୁଁ ଦେହସାରା ଅଣ୍ଡାଳିଲି । କାହିଁ କେଉଁଠି ସେ କ୍ଷତ । ଖୋଜିଖୋଜି ନୟାନ୍ତ ହେଲି । ପାଇଲି ନାହିଁ । କେବଳ ଲକ୍ଷ୍ୟ କଲି ମୋ ଓଠରେ ଗୋଟିଏ କୋମଳ ଦାଗ ନୂଆ ସୃଷ୍ଟି ହୋଇଛି । ଆଖିରୁ କେବଳ ଲୁହ ଦୁଇଧାର ନିଗିଡି ଆସୁଥିଲା ମୋର । ଏ ଲୁହ ଅଭିମାନର କି ଅନୁଶୋଚନାର ବୁଝିପାରିଲି ନାହିଁ । ଏଥର ତାକୁ ଲକ୍ଷ୍ୟକରି ଶୁନ୍ୟକୁ ଚାହିଁ ଚିତ୍କାର କଲି... । ଲାଭ କିଛି ହେଲା ନାହିଁ । ବୟସ ସାଥି ଦେଲା ନାହିଁ ।

ପ୍ରେମର ପ୍ରତିଶ୍ରୁତି ଦେଇ ବସନ୍ତ ମୋତେ ବହୁବାର ଉପଭୋଗ କଲା । ବୟସ ମୋର ଢଳି ଢଳି ଗଲାବେଳକୁ ମୁଁ ବସନ୍ତର ସିନ୍ଦୁର କୁ ଅପେକ୍ଷା କରିଥାଏ । ବସନ୍ତ ରୋଜଗାର ନାମରେ ବିଦେଶ ଚାଲିଗଲା । ତାର ପଥକୁ ଚାହିଁ ଚାହିଁ ମୋର ଯୌବନ ଏବଂ ସମୟ ଚାଲିଗଲା । ବହୁଦିନ ପରେ..... ସେଠାରେ ବିବାହ କରି ତାର ସ୍ତ୍ରୀ ପିଲା ସହିତ ଗାଁକୁ ଆସିଲା ।   ଏ ଦୃଶ୍ୟ ଦେଖି ସହ୍ୟ କରିପାରିଲି ନାହିଁ । ଥାନା ଓ କୋଟ କଚେରୀର ଆଶ୍ରୟ ନେଲି । କୋଟ କଚେରୀକୁ ବହୁଦିନ ହେଲା ଦୌଡୁଛି । କିଏ କହୁଛି ଆଜି ତୁଟିଯିବ... କିଏ କହୁଛି କାଲି ତୁଟିଯିବ ? ମୁଁ କୋଟ କଚେରୀ ଦୌଡି ଦୌଡି ଅଣାୟତ୍ତ ହୋଇଗଲଣି । ଏମିତି ଆଉ କେତେ ଦୌଡିବି.....

ଅତୀତ ସବୁ ବେଳେ ବେଳେ ଏକ ଇତିହାସ ହୋଇଯାଏ । ତାକୁ ଗାଳି କଲେ କିଛି ସୁଫଳ ମିଳେନା । ପାରୁଛେ ତ ବର୍ତ୍ତମାନକୁ ଗାଳି କରି ଦେଖ ଭବିଷ୍ୟତ ସୁଧୁରି ଯିବ । ବର୍ତମାନର ଫଳ ଭିତରେ ଭବିଷ୍ୟତର ବୀଜ । ଉତ୍କୃଷ୍ଟ ବୀଜ ଟିଏ ଲୋଡା ଭବିଷ୍ୟତ ବୃକ୍ଷ ପାଇଁ । ଅନ୍ଧାର ଆଗରେ ଚାଦର ଟାଣି ଚିତ୍ର ଆଙ୍କିଲେ ଅନ୍ଧାର ଲିଭେନା କି ଗୁରୁଙ୍କୁ କୁଣ୍ଢେଇ ଧରିଲେ ବାଟ ମିଳେନା । ଅନ୍ଧାରେ ହିଁ ଯିବାକୁ ହେବ । ଗୁରୁ ତ ଲଣ୍ଠନ ଆଲୁଅ । ବାଟ ଚାଲିବାକୁ ହବ ନିଜେ । କିଏ କାହା ପାଇଁ ବାଟ କେବେ ଚାଲେନା । ଆସ୍ଥା ରଖ । ବିଶ୍ବାସ ବି ରଖ । ଅନ୍ଧ ଭଳି ନୁହେଁ । ଅନ୍ଧ ବି ପରଖେ ପବନକୁ । ତା ପାଦ ବି ଠଉରେ ପଥର କଣ୍ଟା ଖାଲଖମା ନଦୀ ଓ ପାଣିକୁ । ସବୁ ପଛରେ ଥିବା କାରଣ କୁ ଖୋଜ । ନିଜେ ବାଡି ହଜେଇ ପଡୋଶୀ କୁ ଶୋଧିବାରେ ଖାଲି ଘୃଣା ବଢେ ସୁଫଳ ମିଳେନା । ନିଜର ଘୃଣା ରାଗ ଦ୍ୱେଷ ଇର୍ଷା ଅହଂଙ୍କାର ନିଜ ଦୁଃଖର କାରଣ । ପାରୁଛ ତ କା ଖୁସିରେ କା ହସରେ କା ଦୁଃଖରେ ସାମିଲ ହୋଇ ଦେଖ ।

ବାସନ୍ତୀର ଦୁଃଖରେ ବାପାମାଆ ଦୁଃଖିତ ହେଲେ । କ୍ଷଣିକ ସୁଖର ବଶବର୍ତ୍ତୀ ହୋଇ ଏବେ ଦୁଃଖ ଭୋଗୁଛି ବାସନ୍ତୀ । କୋଟର ରାୟକୁ ଅପେକ୍ଷା କରିଛି ? ସତରେ କଣ ଆଉ ବାସନ୍ତୀର ହୋଇ ପାରିବ ବସନ୍ତ ? ? ?

ନିଜର ପ୍ରତିକ୍ରିୟା ଦିଅନ୍ତୁ

Previous Post Next Post